Monday, September 11, 2023

ଫୁଲର ଅଭିଲାଷା


https://www.youtube.com/watch?v=HZGqmioJKdA

ଫୁଲର ଅଭିଲାଷା
===========
କେବେ କଣ୍ଟାରେ,
ତ କେବେ ପଙ୍କରେ
ପ୍ରସ୍ଫୁଟିତ ହୁଏ ମୁଁ |
କେଵେ ବାସ୍ନାରେ  ,
ତ କେବେ ବିଭିନ୍ନ ରଙ୍ଗରେ,
ସଭିଁଙ୍କର ମନ ହର୍ଷାଏ ମୁଁ   |
ଫୁଲଟିଏ  ମୁଁ |
ସଜାଏ ମୁଁ  ବନ ଉପବନ ,
ଉଦ୍ୟାନର ଶୋଭା ବି ବଢାଏ ମୁଁ |
ଇନ୍ଦ୍ରଧନୁ ଭଳି ରଙ୍ଗ ବିଛାଏ ମୁଁ ,
ପ୍ରକୃତିର ଶୃଙ୍ଗାର କରେ ମୁଁ |
ଫୁଲଟିଏ  ମୁଁ |
ଭେଦଭାବ ନାହିଁ ମୋର ମନ୍ଦିର କିମ୍ବା ମସଜିଦ ରେ, 
ଶତୃତା ନାହିଁ ମୋର କାହା ସାଥିରେ, 
ଅଭିଯୋଗ ବି କରିନି କେବେ କାହାରେ |
ଛୋଟ ମୋର ଜୀବନଟି ,
ସଦା ହସୁଥାଏ ମୁଁ |
କେବେ ମାଳରେ ଗୁନ୍ଥା  ହୁଏ ,
ତ କେବେ ପ୍ରଭୁଙ୍କ ଚରଣରେ ରୁହେ  ମୁଁ |
ଗର୍ବ ନାହିଁ ମୋର ପ୍ରଭୁଙ୍କ ନିକଟତାରେ ,
ହଁ ଆଜି ବି  ଅଛି ମୋର ସେହି ଅଭିଳାଷା ,
ବୀରଙ୍କ ପଥରେ ବିଛାହୁଏ ମୁଁ ,
ବୀରଙ୍କ ଗାଥା ଗାଏ ମୁଁ |
ଫୁଲଟିଏ  ମୁଁ | ଫୁଲଟିଏ  ମୁଁ |



                                                       ଅନିତା ବେହେରା, ବେଙ୍ଗାଲୁରୁ l




No comments:

Post a Comment