ଭାଗବତ ବାଣୀ
ଭାବନା
Monday, October 28, 2024
Wednesday, September 20, 2023
ବଡ ଠାକୁର
ବଡ ଠାକୁର
**********
ବଡ ବଡ ଆଖି ତୁମ କି ସୁନ୍ଦର ଆହା ,
ବଡ ସିଂହାର ବେଶ ତୁମ , କି କହିବି ତାହା |
ବଡ ହଟିଆ ତୁମେ , ବଡ ମହିମା ତୁମର ,
ବଡ ଠାକୁର ତୁମେ ବଡ ଦେଉଳର |
ବଡ ରଥ ତୁମ ଗଡିଯାଏ, ଧରି ବଡ ଦିଅଁ ,
ବଡ଼ ଡୋରରେ ତୁମେ ମୋତେ ବାନ୍ଧି ନିଅ |
-ଅନିତା ବେହେରା ,ବେଙ୍ଗାଳୁରୁ
Wednesday, September 13, 2023
ଭାବ ବିନୋଦିଆ
ଭାବ ବିନୋଦିଆ
💐==========💐
ଭାବର ଠାକୁର ଭାବ ବିନୋଦିଆ ହେ ଲୀଳାମୟ,
ଭାବର ଡୋରିରେ ଟାଣିନେଉଛ ହେ ଭାବମୟ l
ଭାବର ଭାବରେ ବାନ୍ଧିଛ ଏ ଭବସିନ୍ଧୁ,
ପାରି ହେବୁ ଏ ଭବୁ ନେଇ ତୁମ
ନାମ ଜଗବନ୍ଧୁ l
ଭାବର ନାଆରେ ବସି ଭାସିଗଲି ଭାବର ସ୍ରୋତରେ,
ଭାବରେ ଭୋଳ, ଭାବ ବିହ୍ୱଳ ତୁମେ ଜାଗା ଠାକୁରେ l
ଭାବକୁ ନିକଟ ଅଭାବଠୁ ଦୂର ନିତି ହୁଏ ପାର ,
ଭରି ମନେ ଭାବାଶ୍ରିତ ଭାବନାର ଧାର l
ହେ ଭାବାଞ୍ଜନ, କର କାରଣ, ଦିଅ ଶରଣ,
ଭାବେ ଅନିତା, ମୋ ଚିତ୍ତ ରହୁ ତୁମ୍ଭ ଚରଣ l
--------------------------------
ଅନିତା ବେହେରା, ବେଙ୍ଗାଲୁରୁ l
Monday, September 11, 2023
ଫୁଲର ଅଭିଲାଷା
ଫୁଲର ଅଭିଲାଷା
===========
କେବେ କଣ୍ଟାରେ,
ତ କେବେ ପଙ୍କରେ
ପ୍ରସ୍ଫୁଟିତ ହୁଏ ମୁଁ |
କେଵେ ବାସ୍ନାରେ ,
ତ କେବେ ବିଭିନ୍ନ ରଙ୍ଗରେ,
ସଭିଁଙ୍କର ମନ ହର୍ଷାଏ ମୁଁ |
ଫୁଲଟିଏ ମୁଁ |
ସଜାଏ ମୁଁ ବନ ଉପବନ ,
ଉଦ୍ୟାନର ଶୋଭା ବି ବଢାଏ ମୁଁ |
ଇନ୍ଦ୍ରଧନୁ ଭଳି ରଙ୍ଗ ବିଛାଏ ମୁଁ ,
ପ୍ରକୃତିର ଶୃଙ୍ଗାର କରେ ମୁଁ |
ଫୁଲଟିଏ ମୁଁ |
ଭେଦଭାବ ନାହିଁ ମୋର ମନ୍ଦିର କିମ୍ବା ମସଜିଦ ରେ,
ଶତୃତା ନାହିଁ ମୋର କାହା ସାଥିରେ,
ଅଭିଯୋଗ ବି କରିନି କେବେ କାହାରେ |
ଛୋଟ ମୋର ଜୀବନଟି ,
ସଦା ହସୁଥାଏ ମୁଁ |
କେବେ ମାଳରେ ଗୁନ୍ଥା ହୁଏ ,
ତ କେବେ ପ୍ରଭୁଙ୍କ ଚରଣରେ ରୁହେ ମୁଁ |
ଗର୍ବ ନାହିଁ ମୋର ପ୍ରଭୁଙ୍କ ନିକଟତାରେ ,
ହଁ ଆଜି ବି ଅଛି ମୋର ସେହି ଅଭିଳାଷା ,
ବୀରଙ୍କ ପଥରେ ବିଛାହୁଏ ମୁଁ ,
ବୀରଙ୍କ ଗାଥା ଗାଏ ମୁଁ |
ଫୁଲଟିଏ ମୁଁ | ଫୁଲଟିଏ ମୁଁ |
ଅନିତା ବେହେରା, ବେଙ୍ଗାଲୁରୁ l
Saturday, November 7, 2015
Subscribe to:
Posts (Atom)